Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odia-English Dictionary
Odia Grammar : Topic & Details
Topics
Odia Grammar
ବାକ୍ୟବିଚାର
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
କୃଦନ୍ତ
Odia Grammar
ବାକ୍ୟବିଚାର
ବାକ୍ୟର ପ୍ରକାର ଭେଦ
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
ବଚନ
ଯେଉଁଥୁରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ ତାହାକୁ 'ବଚନ' କହନ୍ତି । ବଚନ ଚିହ୍ନ ସାଧାରଣତଃ ବିଶେଷ୍ୟ ଓ ସର୍ବନାମ ପଦରେ ସଂଯୁକ୍ତ ହୁଏ । ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ, ତାହାକୁ ଏକବଚନ କୁହାଯାଏ ଯଥା; - ମୁଁ, ତୁ, ସେ, ଗଛ, ନଈ ଇତ୍ୟାଦି ।
ଯେଉଁପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି ଜଣାଯାଏ, ତାହାକୁ 'ବହୁବଚନ' କହନ୍ତି । ଯଥା :- ଆମ୍ଭେମାନେ, ତୁମ୍ଭେମାନେ, ସେମାନେ, ନଈଗୁଡ଼ିକ, ଗଛଗୁଡ଼ିକ ।
ଏକବଚନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ:- ଟି, ଟା, ଟେ, ଟିଏ, ଟାଏ, ଖଣ୍ଡେ, ଖଣ୍ଡିଏ, ଗୋଟିଏ; ଗୋଟିକ, ଇତ୍ୟାଦି । ଉଦାହରଣ ସ୍ୱରୂପ - ଗୋଟିଏ ପିଲା, ପିଲାଟିଏ, ପିଲାଟି ।
ବହୁବଟନ ପାଇଁ ବ୍ୟବହୃତ ହେଉଥିବା ଚିହ୍ନ - ମାନେ, ଗୁଡ଼ାଏ, ଗୁଡ଼ିଏ, ଗୁଡ଼ିକ, ପଙକ୍ତି, ଶ୍ରେଣୀ, ଯୂଥ, ଯାକ, ତକ, ଗଣ, ସବୁ, ଦଳ, ପଲ, ସମୂହ, ବୃନ୍ଦ, ମାଳ, ରାଜି, ଚୟ, ପୁଞ୍ଜ, ରାଶି, ମଣ୍ଡଳ ଇତ୍ୟାଦି । ଉଦାହରଣ :- ପିଲାଏ, ପିଲାମାନେ, ପୁସ୍ତକଚୟ, ପର୍ବତଶ୍ରେଣୀ ପ୍ରଭୃତି ।
ପଦର ଉଭୟପାର୍ଶ୍ବରେ ବହୁବଚନ ବ୍ୟବହାର କରାଯାଏ ନାହିଁ । ଯଥା :- ଅନେକ ପିଲାମାନେ । ଏପରି ପ୍ରୟୋଗ ଅଶୁଦ୍ଧ ଅଟେ । ଆମେ 'ଅନେକ ପିଲା' ବୋଲି ଲେଖି ପାରିବା ବା ' ପିଲାମାନେ' ବୋଲି କହି କହିପାରିବା ବା ଲେଖିପାରିବା । କିନ୍ତୁ ବେଳେବେଳେ ବାକ୍ୟର ଅର୍ଥକୁ ଗୁରୁତ୍ବ ଦେବାପାଇଁ ଯୁଗ୍ମ ବହୁବଚନ ବ୍ୟବହୃତ ହୁଏ । ଯଥା :- ସବୁଯାକ ଘର । ସବୁତକ ଫୁଲ । ଏଠାରେ ସବୁ, ଯାକ, ତକ - ହେଉଛନ୍ତି ଗୋଟିଏ ଗୋଟିଏ ବହୁବଚନର ଚିହ୍ନ କିନ୍ତୁ ଏଠାରେ ଦୁଇ ଦୁଇଟି ବହୁବଚନ ଏକତ୍ର ସଂଯୁକ୍ତ ହୋଇ ରହିଛନ୍ତି
ମନେରଖିବାକୁ ହେବ ଯେ ସାଧୁତା, ଦୁଷ୍ଟାମି ପ୍ରଭୃତି ଗୁଣବାଚକ ବିଶେଷ୍ୟ, ଗମନ, ଶୟନ ପ୍ରଭୃତି କ୍ରିୟାବାଚକ ବିଶେଷ୍ୟ ପଦରେ ବହୁବଚନ ଲାଗେ ନାହିଁ ।
ଆହୁରିମଧ୍ୟ ଜାଣିବା ଉଚିତ ଯେ ବେଳେବେଳେ ବଚନ ଚିହ୍ନ ଯୁକ୍ତ ନହୋଇ ମଧ୍ୟ ଏକବଚନ ଓ ବହୁବଚନ ପ୍ରକାଶିତ ହୁଏ ପିଲା ଖେଳୁଛି । ଏଠାରେ ଗୋଟିଏ ପିଲାକୁ ବୁଝାଉଛି । ପିଲା I ପିଲେ ଖେଳୁଛନ୍ତି । ଏଠାରେ ଏକାଧିକ ପିଲାଙ୍କୁ ବୁଝାଉଛି ।
© 2026. All right reserved.