| କୃଦନ୍ତ ପଦ | |
| ନୂଆ ଶବ୍ଦ ଗଢ଼ିବା ପାଇଁ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୁକ୍ତ ହୁଏ, ତାହାକୁ କୃତ୍ କହନ୍ତି । ଏହି କୃତ୍ ପ୍ରତ୍ୟୟ ଯୋଗ ହେବାଦ୍ୱାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ ତାହାକୁ କୃଦନ୍ତ ଶବ୍ଦ ବା କୃଦନ୍ତ ପଦ କୁହାଯାଏ । (କୃତ୍+ଅନ୍ତ=କୃଦନ୍ତ । ଯାହା ଅନ୍ତ ବା ଶେଷରେ କୃତ୍ ପ୍ରତ୍ୟୟ ହୋଇଥାଏ ତାହା କୃଦନ୍ତ) | |
|
ସଂସ୍କୃତ ଧାତୁ
+ ପ୍ରତ୍ୟୟ = ଶବ୍ଦ (ତତ୍ସମ) ୧) ଦୃଶ୍ + ଅନ = ଦର୍ଶନ ୨) ପଠ୍ + ଅ = ପାଠ ୩) ବୁଧ୍ + ତି = ବୁଦ୍ଧି ଓଡ଼ିଆ ଧାତୁ + ପ୍ରତ୍ୟୟ = ଶବ୍ଦ (ତଦ୍ଭବ+ଦେଶଜ) ୧) କାନ୍ଦ୍ + ଅଣା = କାନ୍ଦଣା ୨) ପଢ୍ + ଉଆ = ପଢୁଆ ୩) ଖସ୍ + ଅଡ଼ା = ଖସଡ଼ା ପ୍ରଥମ ଉଦାହରଣରେ ଥିବା ଦର୍ଶନ
|
|
| ସଂସ୍କୃତ କୃତ୍ ପ୍ରତ୍ୟୟ ଓ ନିଷ୍ପନ୍ନ ତତ୍ସମ ଶବ୍ଦ | |
| ଅ ପ୍ରତ୍ୟୟ | |
|
ପଠ୍ + ଅ = ପାଠ
ହସ୍ + ଅ = ହସ୍ ତ୍ୟଜ୍ + ଅ = ତ୍ୟାଗ ମଧୁ - ପା + ଅ = ମଧୁପ ପଚ୍ + ଅ = ପାକ ସମ୍ - ସୃ + ଅ = ସଂସାର ଜି + ଅ = ଜୟ କୁମ୍ଭ - କୃ + ଅ = କୁମ୍ଭକାର ଭୀ + ଅ = ଭୟ ଜଳ - ଦା + ଅ = ଜଳଦ ସୃପ୍ + ଅ = ସର୍ପ ଦିବ୍ + ଅ = ଦେବ ଜପ୍ + ଅ = ଜପ |
|
| ଅନ ପ୍ରତ୍ୟୟ | |
|
ଭୁଜ୍ + ଅନ =
ଭୋଜନ ଶ୍ର୍ରୁ + ଅନ = ଶ୍ରବଣ ରୁଦ୍ + ଅନ = ରୋଦନ ମୃ + ଅନ = ମରଣ ପଠ୍ + ଅନ = ପଠନ ସ୍ମୃ + ଅନ = ସ୍ମରଣ ପତ୍ + ଅନ = ପତନ କୃ + ଅନ = କରଣ ଜୀବ୍ + ଅନ = ଜୀବନ ଭୂଷ୍ + ଅନ = ଭୂଷଣ ଭାଷ୍ + ଅନ = ଭାଷଣ ଗ୍ରହ୍ + ଅନ = ଗ୍ରହଣ |
|
| ଅକ ପ୍ରତ୍ୟୟ | |
|
ଖାଦ୍ + ଅକ =
ଖାଦକ ଗୈ + ଅକ = ଗାୟକ ନୃତ୍ + ଅକ = ନର୍ତ୍ତକ ପଚ୍ + ଅକ = ପାଚକ ପଠ୍ + ଅକ = ପାଠକ ଶାସ୍ + ଅକ = ଶାସକ ଶିକ୍ଷ୍ + ଅକ = ଶିକ୍ଷକ ସ୍ତୁ + ଅକ = ସ୍ତାବକ ଜନ୍ + ଅକ = ଜନକ କୃ + ଅକ = କାରକ୪ |
|
| ଉକ ପ୍ରତ୍ୟୟ | |
|
ନିନ୍ଦ୍ + ଉକ =
ନିନ୍ଦୁକ ଭୂ + ଉକ = ଭାବୁକ ଭିକ୍ଷ୍ + ଉକ = ଭିକ୍ଷୁକ |
|
| ଇ ପ୍ରତ୍ୟୟ | |
|
ଜଳ - ଧା + ଇ =
ଜଳଧି ବି - ଧା + ଇ = ବିଧି ନି - ଧା + ଇ = ନିଧି |
|
| ଇଷ୍ଣୁ ପ୍ରତ୍ୟୟ | |
| ବୃଧ୍ + ଇଷ୍ଣୁ = ବର୍ଦ୍ଧିଷ୍ଣୁ ସହ୍ + ଇଷ୍ଣୁ = ସହିଷ୍ଣୁ | |
| ଇନ୍ ପ୍ରତ୍ୟୟ | |
|
ଭୂ + ଇନ୍ = ଭାବୀ
ସତ୍ୟ - ବଦ୍ + ଇନ୍ = ସତ୍ୟବାଦୀ ଅଧି- କୃ + ଇନ୍ = ଅଧିକାରୀ ପ୍ର - ବସ୍ + ଇନ୍ = ପ୍ରବାସୀ ସ୍ଥା + ଇନ୍ = ସ୍ଥାୟୀ ଉପ - କୃ + ଇନ୍ = ଉପକାରୀ |
|
| ତ ପ୍ରତ୍ୟୟ | |
|
କୃ + ତ = କୃତ
ଯୁଜ୍ + ତ = ଯୁକ୍ତ ଜୀବ୍ + ତ = ଜୀବିତ ଶମ୍ + ତ = ଶାନ୍ତ ହନ୍ + ତ = ହତ ସିଚ୍ + ତ = ସିକ୍ତ ପ୍ରୀ + ତ = ପ୍ରୀତ ଶୁଧ୍ + ତ = ଶୁଦ୍ଧ ଭୂ + ତ = ଭୂତ ପଚ୍ + ତ = ପକ୍ୱ |
|
| ତି ପ୍ରତ୍ୟୟ | |
|
ବୁଧ୍ + ତି =
ବୁଦ୍ଧି ମୁଚ୍ + ତି = ମୁକ୍ତି ସ୍ଥା + ତି = ସ୍ଥିତି ଶାସ୍ + ତି = ଶାସ୍ତି ଦୃଶ୍ + ତି = ଦୃଷ୍ଟି ଭଜ୍ + ତି = ଭକ୍ତି ସ୍ମୃ + ତି = ସ୍ମୃତି ମନ୍ + ତି = ମତି କୃ + ତି = କୃତି ଶମ୍ + ତି = ଶାନ୍ତି |
|
| ତବ୍ୟ ପ୍ରତ୍ୟୟ | |
|
କୃ + ତବ୍ୟ =
କର୍ତ୍ତବ୍ୟ ଗମ୍ + ତବ୍ୟ = ଗନ୍ତବ୍ୟ ଦୃଶ୍ + ତବ୍ୟ = ଦ୍ରଷ୍ଟବ୍ୟ ବଚ୍ + ତବ୍ୟ = ବକ୍ତବ୍ୟ ଦା + ତବ୍ୟ = ଦାତବ୍ୟ ଶ୍ରୁ + ତବ୍ୟ = ଶ୍ରୋତବ୍ୟ ଜ୍ଞା + ତବ୍ୟ = ଜ୍ଞାତବ୍ୟ ଭୁଜ୍ + ତବ୍ୟ = ଭୋକ୍ତବ୍ୟ ମନ୍ + ତବ୍ୟ = ମନ୍ତବ୍ୟ ଲଭ୍ + ତବ୍ୟ = ଲବ୍ଧବ୍ୟ |
|
| ଅନୀୟ ପ୍ରତ୍ୟୟ | |
|
ସ୍ମୃ + ଅନୀୟ =
ସ୍ମରଣୀୟ ଗ୍ରହ୍ + ଅନୀୟ = ଗ୍ରହଣୀୟ କୃ + ଅନୀୟ = କରଣୀୟ ବନ୍ଦ୍ + ଅନୀୟ = ବନ୍ଦନୀୟ ପଠ୍ + ଅନୀୟ = ପଠନୀୟ ପାଳ୍ + ଅନୀୟ = ପାଳନୀୟ ପୂଜ୍ + ଅନୀୟ = ପୂଜନୀୟ ଦୃଶ୍ + ଅନୀୟ = ଦର୍ଶନୀୟ ଶ୍ରୁ + ଅନୀୟ = ଶ୍ରବଣୀୟ ପା + ଅନୀୟ = ପାନୀୟ |
|
| ଇତ୍ର ପ୍ରତ୍ୟୟ | |
|
ଚର୍ + ଇତ୍ର =
ଚରିତ୍ର ପୁ + ଇତ୍ର = ପବିତ୍ର ବହ୍ + ଇତ୍ର = ବହିତ୍ର ଖନ୍ + ଇତ୍ର = ଖନିତ୍ର |
|
| ଯ ପ୍ରତ୍ୟୟ | |
|
ପଠ୍ + ଯ = ପାଠ୍ୟ
ଶାସ୍ + ଯ = ଶିଷ୍ୟ ଗମ୍ + ଯ = ଗମ୍ୟ ବଚ୍ + ଯ = ବାଚ୍ୟ / ବାକ୍ୟ ଦୃଶ୍ + ଯ = ଦୃଶ୍ୟ ଋ + ଯ = ଆର୍ଯ୍ୟ ପଦ୍ + ଯ = ପଦ୍ୟ ପା + ଯ = ପେୟ ଗଦ୍ + ଯ = ଗଦ୍ୟ ଦା + ଯ = ଦେୟ କୃ + ଯ = କାର୍ଯ୍ୟ ବିଦ୍ + ଯ + ଆ = ବିଦ୍ୟା ସହ୍ + ଯ = ସହ୍ୟ ଶୀ + ଯ + ଆ = ଶଯ୍ୟା |
|
| ତ୍ର ପ୍ରତ୍ୟୟ | |
|
ବସ୍ + ତ୍ର =
ବସ୍ତ୍ର କ୍ଷି + ତ୍ର = କ୍ଷେତ୍ର ଅସ୍ + ତ୍ର = ଅସ୍ତ୍ର ସ୍ତୁ + ତ୍ର = ସ୍ତୋତ୍ର ନୀ + ତ୍ର = ନେତ୍ର ପତ୍ + ତ୍ର = ପତ୍ର |
|
| ତୃ ପ୍ରତ୍ୟୟ | |
|
କୃ + ତୃ =
କର୍ତ୍ତୃ / କର୍ତ୍ତା ବି - ଜି + ତୃ = ବିଜେତା ପା + ତୃ = ପିତୃ / ପିତା ବି - କ୍ରୀ + ତୃ = ବିକ୍ରେତା ମା + ତୃ = ମାତୃ / ମାତା ନି - ଯମ୍ + ତୃ = ନିୟନ୍ତା ନୀ + ତୃ = ନେତୃ / ନେତା ବି - ଧା + ତୃ = ବିଧାତା ଶ୍ରୁ + ତୃ = ଶ୍ରୋତୃ / ଶ୍ରୋତା ପ୍ର - ବଚ୍ + ତୃ = ପ୍ରବକ୍ତା |
|
| ର ପ୍ରତ୍ୟୟ | |
|
ନମ୍ + ର = ନମ୍ର
ରୁଦ୍ + ର = ରୁଦ୍ର କମ୍ + ର = କମ୍ର ହିନସ୍ + ର = ହିଂସ୍ର ଛିଦ୍ + ର = ଛିଦ୍ର କ୍ଷୁଦ୍ + ର = କ୍ଷୁଦ୍ର |
|
| ନ ପ୍ରତ୍ୟୟ | |
|
ପ୍ରଚ୍ଛ୍ + ନ =
ପ୍ରଶ୍ନ ଯଜ୍ + ନ = ଯଜ୍ଞ ଯତ୍ + ନ = ଯତ୍ନ ତୃଷ୍ + ନ + ଆ = ତୃଷ୍ଣା |
|
| ଉର ପ୍ରତ୍ୟୟ | |
|
ଭନଜ୍ + ଉର =
ଭଙ୍ଗୁର ମିଦ୍ + ଉର = ମେଦୁର ବିଦ୍ + ଉର = ବିଦୁର ଭାସ୍ + ଉର = ଭାସୁର |
|
| ସନ୍ ପ୍ରତ୍ୟୟ | |
|
ଇଚ୍ଛା କରିବା
ଅର୍ଥରେ ଧାତୁରେ ସନ୍ ପ୍ରତ୍ୟୟ ହୁଏ । ଏହି ସନ୍
ପ୍ରତ୍ୟୟ ଦ୍ୱାରା ନିଷ୍ପନ୍ନ ପଦକୁ ସନ୍ନନ୍ତ ପଦ
କୁହାଯାଏ । ସନ୍ ପ୍ରତ୍ୟୟ ପରେ ଆ ବା ଉ ପ୍ରତ୍ୟୟ
ଯୋଗ କରାଯାଇ ବିଶେଷ୍ୟ ପଦ ଗଠିତ ହୁଏ । ପିଇବାର ଇଚ୍ଛା = ପିପାସା (ପା - ସନ୍ + ଆ) ଜାଣିବାର ଇଚ୍ଛା = ଜିଜ୍ଞାସା (ଜ୍ଞା - ସନ୍ + ଆ) ଜୟ କରିବାର ଇଚ୍ଛା = ଜିଗୀଷା (ଜି - ସନ୍ + ଆ) ହତ୍ୟା କରିବାର ଇଚ୍ଛା = ଜିଘାଂସା (ହନ୍ - ସନ୍ + ଆ) ଲାଭ କରିବାର ଇଚ୍ଛା = ଲିପ୍ସା (ଲଭ୍ - ସନ୍ + ଆ) ଦେଖିବାର ଇଚ୍ଛା = ଦିଦୃକ୍ଷା (ଦୃଶ୍ - ସନ୍ + ଆ) କରିବାର ଇଚ୍ଛା = ଚିକୀର୍ଷା (କୃ - ସନ୍ + ଆ) ଦାନ କରିବାର ଇଚ୍ଛା = ଦି?ା (ଦା - ସନ୍ + ଆ)୭ ଶୁଣିବାର ଇଚ୍ଛା = ଶୁଶ୍ରୂଷା (ଶ୍ରୁ - ସନ୍ + ଆ) ମୁକ୍ତି ପାଇବାର ଇଚ୍ଛା = ମୁମୁକ୍ଷା (ମୁଚ୍ - ସନ୍ + ଆ) ମରିବାର ଇଚ୍ଛା = ମୁମୂର୍ଷା (ମୃ - ସନ୍ + ଆ) ପିଇବାକୁ ଇଚ୍ଛୁକ = ପିପାସୁ (ପା - ସନ୍ + ଉ) ଜାଣିବାକୁ ଇଚ୍ଛୁକ = ଜିଜ୍ଞାସୁ (ଜ୍ଞା - ସନ୍ + ଉ) ଲାଭକରିବାକୁ ଇଚ୍ଛୁକ = ଲିପ୍ସୁ (ଲଭ୍ - ସନ୍ + ଉ) |
|
| ଓଡ଼ିଆ କୃତ୍ ପ୍ରତ୍ୟୟ ଓ ନିଷ୍ପନ୍ନ ତଦ୍ଭବ - ଦେଶଜ ଶବ୍ଦ | |
| ଅ ପ୍ରତ୍ୟୟ | |
|
କାଟ୍ + ଅ = କାଟ
ଡାକ୍ + ଅ = ଡାକ କାନ୍ଦ୍ + ଅ = କାନ୍ଦ ମାର୍ + ଅ = ମାର ମୋଡ଼୍ + ଅ = ମୋଡ଼ |
|
| ଅଣ ପ୍ରତ୍ୟୟ | |
|
ଝୁଲ୍ + ଅଣ =
ଝୁଲଣ ଗଢ଼୍ + ଅଣ = ଗଢ଼ଣ ଫୁଟ୍ + ଅଣ = ଫୁଟଣ |
|
| ଅଣା ପ୍ରତ୍ୟୟ | |
|
କାନ୍ଦ୍ + ଅଣା =
କାନ୍ଦଣା ପିଟ୍ + ଅଣା = ପିଟଣା ରାନ୍ଧ୍ + ଅଣା = ରାନ୍ଧଣା ବିଞ୍ଚ୍ + ଅଣା = ବିଞ୍ଚଣା |
|
| ଅଣି ପ୍ରତ୍ୟୟ | |
|
ଖଟ୍ + ଅଣି = ଖଟଣି
ଲୋଟ୍ + ଅଣି = ଲୋଟଣି ଚଳ୍ + ଅଣି = ଚଳଣି ରହ୍ + ଅଣି = ରହଣି |
|
| ଅନ୍ତା ପ୍ରତ୍ୟୟ | |
|
ଫେର୍ + ଅନ୍ତା =
ଫେରନ୍ତା ଫୁଟ୍ + ଅନ୍ତା = ଫୁଟନ୍ତା ଚଳ୍ + ଅନ୍ତା = ଚଳନ୍ତା ଉଡ଼୍ + ଅନ୍ତା = ଉଡ଼ନ୍ତା ଜୀ + ଅନ୍ତା = ଜୀଅନ୍ତା ଜଳ୍ + ଅନ୍ତା = ଜଳନ |
|
| ଅନ୍ତି ପ୍ରତ୍ୟୟ | |
|
ଚଳ୍ + ଅନ୍ତି =
ଚଳନ୍ତି ଖଟ୍ + ଅନ୍ତି = ଖଟନ୍ତି ଫଳ୍ + ଅନ୍ତି = ଫଳନ୍ତି କହ୍ + ଅନ୍ତି = କହନ୍ତି୮ |
|
| ଆ ପ୍ରତ୍ୟୟ | |
|
ବୁଣ୍ + ଆ = ବୁଣା
ରାନ୍ଧ୍ + ଆ = ରନ୍ଧା ଚିହ୍ନ୍ + ଆ = ଚିହ୍ନା ଛାଣ୍ + ଆ = ଛଣା ଗଢ଼୍ + ଆ = ଗଢ଼ା ଖେଳ୍ + ଆ = ଖେଳା |
|
| ଆଣ ପ୍ରତ୍ୟୟ | |
|
ଫେଡ଼୍ + ଆଣ =
ଫେଡ଼ାଣ ଉଠ୍ + ଆଣ = ଉଠାଣ ମିଶ୍ + ଆଣ = ମିଶାଣ ଭାସ୍ + ଆଣ = ଭସାଣ |
|
| ଆଣି ପ୍ରତ୍ୟୟ | |
|
ଭାସ୍ + ଆଣି =
ଭସାଣି ଗଡ଼୍ + ଆଣି = ଗଡ଼ାଣି ବିନ୍ଧ୍ + ଆଣି = ବିନ୍ଧାଣି ଚାହଁ୍ + ଆଣି = ଚାହାଁଣି ଉଠ୍ + ଆଣି = ଉଠାଣି ଶୁଣ୍ + ଆଣି = ଶୁଣାଣି |
|
| ଆଉ ପ୍ରତ୍ୟୟ | |
| ଘେର୍ + ଆଉ = ଘେରାଉ ଚଢ଼୍ + ଆଉ = ଚଢ଼ାଉ | |
| ଆଳି ପ୍ରତ୍ୟୟ | |
|
ରାନ୍ଧ୍ + ଆଳି =
ରନ୍ଧାଳି ବାନ୍ଧ୍ + ଆଳି = ବନ୍ଧାଳି କାଟ୍ + ଆଳି = କଟାଳି ଖେଳ୍ + ଆଳି = ଖେଳାଳି ବୁଡ଼୍ + ଆଳି = ବୁଡ଼ାଳି ବିକ୍ + ଆଳି = ବିକାଳି |
|
| ଇ ପ୍ରତ୍ୟୟ | |
|
ଚାଲ୍ + ଇ = ଚାଲି
ବୋଲ୍ + ଇ = ବୋଲି ମେଳ୍ + ଇ = ମେଳି ଦୋଳ୍ + ଇ = ଦୋଳି |
|
| ଉଆ ପ୍ରତ୍ୟୟ | |
|
ପଢ଼୍ + ଉଆ = ପଢ଼ୁଆ
ଲାଜ୍ + ଉଆ = ଲାଜୁଆ ଲଢ଼୍ + ଉଆ = ଲଢୁଆ ଡର୍ + ଉଆ = ଡରୁଆ |
|
| ଉଆଳ ପ୍ରତ୍ୟୟ | |
|
ଖେଳ୍ + ଉଆଳ =
ଖେଳୁଆଳ ରଖ୍ + ଉଆଳ = ରଖୁଆଳ ଜଗ୍ + ଉଆଳ = ଜଗୁଆଳ |
|
| ଉଆଳି ପ୍ରତ୍ୟୟ | |
| ଭାଗ୍ + ଉଆଳି = ଭାଗୁଆଳି ଜଗ୍ + ଉଆଳି = ଜଗୁଆଳି | |
| ଉଣି ପ୍ରତ୍ୟୟ | |
|
ମାପ୍ + ଉଣି =
ମାପୁଣି ଢାଙ୍କ୍ + ଉଣି = ଢାଙ୍କୁଣି ରାନ୍ଧ୍ + ଉଣି = ରାନ୍ଧୁଣି ମାଗ୍ + ଉଣି = ମାଗୁଣି |
|
| ଉଣା ପ୍ରତ୍ୟୟ | |
| ପା + ଉଣା = ପାଉଣା ଗା + ଉଣା = ଗାଉଣା | |
| ଏଣି ପ୍ରତ୍ୟୟ | |
|
ଭାଳ୍ + ଏଣି =
ଭାଳେଣି ବାଜ୍ + ଏଣି = ବାଜେଣି ଜାଳ୍ + ଏଣି = ଜାଳେଣି କାଟ୍ + ଏଣି = କାଟେଣ |
|
© 2026. All right reserved.