Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odia-English Dictionary
Odia Grammar : Topic & Details
Topics
Odia Grammar
ବାକ୍ୟବିଚାର
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
କୃଦନ୍ତ
Odia Grammar
ବାକ୍ୟବିଚାର
ବାକ୍ୟର ପ୍ରକାର ଭେଦ
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
ସନ୍ଧି
ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ ।
ସନ୍ଧି ତିନି ପ୍ରକାରର ଯଥା :-
ସ୍ୱରସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ।
ସ୍ବର ସନ୍ଧି
ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ବରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ବରବର୍ଣ୍ଣ ମିଳନକୁ ସ୍ୱରସନ୍ଧି କୁହାଯାଏ ।
ସ୍ୱରସନ୍ଧିର ବିଭିନ୍ନ ରୂପ
ଅ+ଅ = ଆ
ଦେବ+ଅସୁର = ଦେବାସୁର,
ଶ୍ୱେତ+ଅମ୍ବର = ଶ୍ୱେତାମ୍ବର
ନୀଳ+ଅଚଳ = ନୀଳାଚଳ
ଗ୍ରାମ+ଅଞ୍ଚଳ = ଗ୍ରାମାଞ୍ଚଳ
ଅସ୍ତ+ଅଚଳ = ଅସ୍ତାଚଳ
ଅ+ଆ = ଆ
ସିଂହ+ଆସନ = ସିଂହାସନ
ଗୁଣ+ଆକର = ଗୁଣାକର
ଉଚ୍ଚ+ଆସନ = ଉଚ୍ଚାସନ
ଆ+ଅ = ଆ
ଚିତା + ଅନଳ = ଚିତାନଳ
ସୁଧା + ଅଂଶୁ - ସୁଧାଂଶୁ
ଆ + ଆ = ଆ
ବିଦ୍ୟା + ଆଳୟ = ବିଦ୍ୟାଳୟ
ସୁଧା + ଆକର = ସୁଧାକର
ବ୍ୟଞ୍ଜନ ସନ୍ଧି
ପରସ୍ପର ସନି୍ନହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱରବ?ର୍ର ମିଳନକୁ ବ୍ୟଞ୍ଜନ ସନ୍ଧି କହନ୍ତି ।
ଦିକ୍ + ଅନ୍ତ = ଦିଗନ୍ତ ବାକ୍+ଈଶ = ବାଗୀଶ
ଉତ୍+ଯାପନ = ଉଦ୍ଯାପନ ଣିଚ୍+ଅନ୍ତ = ଣିଜନ୍ତ
ଦିକ୍+ଗଜ = ଦିଗ୍ଗଜ ଦିକ୍+ବଳୟ = ଦିଗ୍ବଳୟ
ଉତ୍+ଘାଟନ = ଉଦ୍ଘାଟନ ଜୟତ୍+ରଥ = ଜୟଦ୍ରଥ
ବ୍ୟଞ୍ଜନ ବ?ର୍ ପରେ ସ୍ୱରବ?ର୍, ବର୍ଗର ତୃତୀୟ ଚତୁର୍ଥ ବ?ର୍ କିମ୍ବା ଯ, ର, ଳ, ବ, ହ ଥିଲେ
ପୂର୍ବପଦର ଶେଷରେ ଥିବା ପ୍ରତିବର୍ଗର ପ୍ରଥମବ?ର୍ ସ୍ଥାନରେ ସେହିବର୍ଗର ତୃତୀୟବ?ର୍ ହୁଏ ।
ଏହି ସୂତ୍ରରେ ବାଗାଡ଼ମ୍ବର, ଉଦ୍ବେଗ, ସଦ୍ବଚନ, ଭବଦୀୟ, ସଦାନନ୍ଦ ଆଦି ଶବ୍ଦ ଗୁଡ଼ିକ ମଧ୍ୟ
ଗଢ଼ାଯାଇପାରିବ ।
ବ୍ୟତିକ୍ରମ - (ଯାବତ୍+ଇୟ=ଯାବତୀୟ)
ଚଳତ୍+ଚିତ୍ର=ଚଳଚ୍ଚିତ୍ର (ତ୍+ଚ+ଇ) (ଚ୍+ଚ+ଇ) = ଚ୍ଚି
ଉତ୍+ଚାରଣ = ଉଚ୍ଚାରଣ, ଉତ୍+ଛନ୍ନ=ଉଚ୍ଛନ୍ନ (ତ୍+ଛ) = (ଚ+ଛ) = ଚ୍ଛ
ଉତ୍+ଛେଦ = ଉଚ୍ଛେଦ (ତ୍+ଛ+ଏ) = (ଚ୍+ଛ+ଏ) = ଚ୍ଛେ
ବିପଦ୍+ଚୟ = ବିପଚ୍ଚୟ (ଦ୍+ଚ) = (ଚ୍+ଚ) = ଚ୍ଚ
ତଦ୍+ଛବି = ତଚ୍ଛବି (ଦ୍+ଛ) = (ଚ୍+ଛ) = ଚ୍ଛ
ତ ବା ଦ ପରେ ଚ ବା ଛ ଥିଲେ ତ ବା ଦ ସ୍ଥାନରେ ଚ ହୁଏ । ଏହି ଚ ପରବର୍ତ୍ତୀ ବ?ର୍
ସହିତ ଯୁକ୍ତ ହୁଏ ।
ଉତ୍+ଜ୍ୱଳ=ଉଜ୍ଜ୍ୱଳ (ତ୍+ଜ) = (ଜ୍+ଜ+ୱ) = ଜ୍ଜ୍ୱ(ବା) = ଜ୍ଜ୍ୱ
ଜଗତ୍+ଜନନୀ = ଜଗଜ୍ଜନନୀ (ତ୍+ଜ୍) = (ଜ+ଜ) = ଜ୍ଜ
ବିପଦ୍+ଜନକ = ବିପଜ୍ଜନକ (ଦ୍+ଜ) = (ଜ୍+ଜ) = ଜ୍ଜ
ବୃହତ୍ + ଝଟିକା = ବୃହଜ୍ଝଟିକା (ତ୍+ଝ) = (ଜ୍+ଝ) = ଜ୍ଝ
ବିପଦ୍+ଝଟିକା = ବିପଦଝଟିକା (ଦ୍+ଝ୍) - (ଜ୍+ଝ୍) = ଜଝ୍
ତ ବା ଦ ପରେ ଜ ବା ଝ ଥିଲେ ତ ବା ଦ ସ୍ଥାନରେ ଜ୍ ହୁଏ ।
ଏ ଜ୍ ପରବର୍ତ୍ତୀ ବ?ର୍ ସହିତ ଯୁକ୍ତ ହୁଏ ।
ଉତ୍+ଡୀନ = ଉଡ୍ଡୀନ (ଉଡ୍ଡୀନ) (ତ୍+ଡ୍+ଈ) = (ଡ୍+ଡ୍+ଈ) = ଡ୍ଡୀ
ତଦ୍+ଡି?ିମ = ତଡ୍ଡି?ିମ (ଦ୍+ଡ୍+ଇ) = (ଡ୍+ଡ୍+ଇ) = ଡ୍ଡି, ଡ୍ଡି
ତ ବା ଦ ପରେ ଡ ଥିଲେ ତ ବା ଦ ସ୍ଥାନରେ ଡ ହୁଏ ।
ଏହି ଡ ପରବର୍ତ୍ତୀ ବ?ର୍ ସହିତ ଯୁକ୍ତହୁଏ ।
ଉତ୍+ହାର = ଉଦ୍ଧାର
ତଦ୍+ହିତ = ତଦ୍ଧିତ
ଉତ୍+ହତ = ଉଦ୍ଧତ
ତ ବା ଦ ପରେ ହ ଥିଲେ ଦୁହେଁ ମିଶି ଦ୍ଧ ହୁଅନ୍ତି ।
ଉତ୍ + ଲେଖ = ଉଲ୍ଲେଖ
ତଦ୍ + ଲକ୍ଷଣ = ତଲ୍ଲକ୍ଷଣ
ତ ବା ଦ ପରେ ଲ ଥିଲେ ତ ବା ଦ ସ୍ଥାନରେ ଲ ହୁଏ ।
ଏହି ଲ୍ ପରବର୍ତ୍ତୀ ଲ ସହିତ ମିଳିତ ହୁଏ ।
ଉତ୍ + ଶୃଙ୍ଖଳ = ଉଚ୍ଛୃଙ୍ଖଳ (ତ୍+ଶ୍+ଋ) = (ଚ୍+ଛ+ଋ) = ଚ୍ଛୃ
ଉତ୍+ଶ୍ୱାସ= ଉଚ୍ଛ୍ୱାସ (ତ୍+ଶ+ୱା) = (ଚ୍+ଚ୍ଛ୍+ୱା) = ଚ୍ଛ୍ୱା
ବିପଦ୍+ଶଙ୍କା = ବିପଚ୍ଛଙ୍କା (ଦ୍+ଶ) = (ଚ୍+ଛ) = ଚ୍ଛ
ତ ବା ଦ ପରେ ଶ ଥିଲେ
ତ୍ ବା ଦ୍ ସ୍ଥାନରେ ଚ୍ ହୁଏ ଓ ଶ ସ୍ଥାନରେ ଛ ହୁଏ । ଏହି
ଚ୍ ଓ ଛ୍ ମିଶି ଚ୍ଛ ହୁଅନ୍ତି ।
ବିସର୍ଗ ସନ୍ଧି
ପୂର୍ବପଦର ଶେଷରେଥିବା ବିସର୍ଗ(ଃ) ସହିତ ପରପଦର ପ୍ରଥମରେ ଥିବା ସ୍ୱରବ?ର୍ ବା ବ୍ୟଞ୍ଜନ ବ?ର୍ର
ମିଳନ ହେଲେ ବିସର୍ଗ ସନ୍ଧି ହୁଏ ।
ନିମ୍ନରେ ପ୍ରଦତ୍ତ ହୋଇଥିବା ତାର ବିଭିନ୍ନ ରୂପ
ନଭଃ+ଚର = ନଭଶ୍ଚର (ନଭଃ = ନଭସ୍+ଚର) = (ସ୍+ଚ) = (ଶ୍+ଚ) = ଶ୍ଚ
ନିଃ+ଚୟ = ନିଶ୍ଚୟ, ଦୁଃ+ଚିନ୍ତା=ଦୁଶ୍ଚିନ୍ତା
ଶିରଃ+ଛେଦ = ଶିରଶ୍ଛେଦ = (ଃ+ଛ) = (ସ୍+ଛ) = (ଶ+ଛ) = ଶ୍ଛ
ବିସର୍ଗ ପରେ ଚ ବା ଛ ଥିଲେ ବିସର୍ଗ ସ୍ଥାନରେ ଶ ହୁଏ ।
ଧନୁ+ଟଙ୍କାର =ଧନୁଷ୍ଟଙ୍କାର (ଃ+ଟ) = ଷ୍+ଟ) = ଷ୍ଟ
ବିସର୍ଗପରେ ଟ ବା ଠ ଥିଲେ ବିସର୍ଗସ୍ଥାନରେ ଷ ହୁଏ ।
ମନଃ+ତାପ=ମନସ୍ତାପ (ଃ+ତା) = (ସ୍+ତା) = ସ୍ତା
ଦୁଃ+ତର=ଦୁସ୍ତର(ଃ+ତ) = (ସ୍+ତ) = ସ୍ତ
ବିସର୍ଗ ପରେ ତ ବା ଥ ଥିଲେ ବିସର୍ଗ ସ୍ଥାନରେ ସ ହୁଏ ।
© 2026. All right reserved.