Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odia-English Dictionary
Odia Grammar : Topic & Details
Topics
Odia Grammar
ବାକ୍ୟବିଚାର
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
କୃଦନ୍ତ
Odia Grammar
ବାକ୍ୟବିଚାର
ବାକ୍ୟର ପ୍ରକାର ଭେଦ
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
ଲିଙ୍ଗ
ଓଡ଼ିଆଭାଷାରେ ପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକରେ ପୁରୁଷ ଓ ସ୍ତ୍ରୀ ଭେଦରେ ଲିଙ୍ଗ ନିରୂପଣ କରାଯାଇଥାଏ ପୁଣି ଅପ୍ରାଣୀବାଚକ ବିଶେଷ୍ୟ ଗୁଡ଼ିକୁ କ୍ଲବ ଲିଙ୍ଗ ଭାବେ ଗ୍ରହଣ କରାଯାଏ । ପୁରୁଷ ବାଚକ ଶବ୍ଦ ପୁଂଲିଙ୍ଗ ଓ ସ୍ତ୍ରୀ ବାଚକ ଶବ୍ଦ ସ୍ତ୍ରୀ ଲିଙ୍ଗ ଭାବରେ ଗୃହୀତ ହୋଇଥାନ୍ତି ପୁଂଲିଙ୍ଗକୁ ସ୍ତ୍ରୀ ଲିଙ୍ଗ କଲାବେଳେ ଅନେକ ସ୍ଥଳରେ ପ୍ରତ୍ୟୟ ଯୁକ୍ତ ହୋଇଥାଏ। ଯେପରି ' ବାଘ' ଶବ୍ଦଟି ହେଉଛି ଫୁଲିଙ୍ଗ ଏଥିରେ 'ଉଣୀ' ପ୍ରତ୍ୟୟ ଯୁକ୍ତ ହେଲେ ତାହା ହୁଏ 'ବାଘୁଣୀ' ବା ବାଘର ସ୍ତ୍ରୀଲିଙ୍ଗ । ନିମ୍ନରେ କେତେକ ପ୍ରତ୍ୟୟ ଯୁକ୍ତ ହୋଇ ସ୍ତ୍ରୀଲିଙ୍ଗର ରୂପ ଦିଆଯାଇଛି ।
ପୁଂଲିଙ୍ଗ
ସ୍ତ୍ରୀଲିଙ୍ଗ
'ଆ' ପ୍ରତ୍ୟୟ
କୋକିଳ
କୋକିଳା
'ଈ' ପ୍ରତ୍ୟୟ
କିଶୋର
କିଶୋରୀ
ମାନବ
ମାନବୀ
ନର
ନାରୀ
ନାଗର
ନାଗରୀ
'
ଆନୀ' ଓ 'ଆଣୀ' ପ୍ରତ୍ୟୟ
ଶିବ
ଶିବାନୀ
ଭବ
ଭବାନୀ
ଇନ୍ଦ୍ର
ଇନ୍ଦ୍ରାଣୀ
' ଉଲୀ' ପ୍ରତ୍ୟୟ
ବେଙ୍ଗ
ବେଙ୍ଗୁଲୀ
ବଗ
ବଗୁଲୀ
କେତେକ ଭିନ୍ନ ଶବ୍ଦ ଦ୍ଵାରା ମଧ୍ୟ ଲିଙ୍ଗ ପରିବର୍ତ୍ତନ ହୁଏ । ଯଥା;
ରଜା/ରାଜା
ରାଣୀ
ପିତା
ମାତା
ଜନକ
ଜନନୀ
ସ୍ବାମୀ
ସ୍ତ୍ରୀ
ବର
କନ୍ୟା । ବଧୂ
ଉଭୟ ଲିଙ୍ଗ କ୍ଷେତ୍ରରେ :
କବି
ନାରୀକବି
କେତେକ ପ୍ରାଣୀବାଚକ ବିଶେଷ୍ୟ ଉଭୟ ପୁରୁଷ ଓ ସ୍ତ୍ରୀକୁ ବୁଝାଏ । ସେ ସ୍ଥଳରେ ଲିଙ୍ଗଭେଦ ପାଇଁ ' ଅଣ୍ଡିରା' ଓ ମାଈ' ବିଶେଷଣ ପଦ ସଂଯୁକ୍ତ ହୁଏ । ଯଥା : ପୁଂଲିଙ୍ଗ - ଅଣ୍ଡିରା ଛେଳି - ସ୍ତ୍ରୀଲିଙ୍ଗ-ମାଈଛେଳି
ସେହିପରି ଶବ୍ଦ ଗୁଡ଼ିକ ହେଉଛି - ଭାଲୁ, କୁକୁର, ବିରାଡ଼ି, ମୂଷା, ବାଛୁରୀ ଇତ୍ୟାଦି ଆହୁରି ଜାଣିବାର କଥା ଯେ : କ୍ଲବଲିଙ୍ଗରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ । ତଥାପି ବେଳେ ବେଳେ ପୁରୁଷ ଓ ସ୍ତ୍ରୀ ସୂଚକ ପଦ ଯୋଗକରି ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଏ । ' ଫୁଲ' ହେଉଛି କ୍ଲବଲିଙ୍ଗ, କିନ୍ତୁ ଏହାକୁ ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ କରାଯାଇଥାଏ, ଯଥା : ଅଣ୍ଡିରା ଫୁଲ - ମାଈ ଫୁଲ ।
© 2026. All right reserved.